ତଥାକଥିତ ସ୍ଵେଚ୍ଛାସେବୀ ସଂଗଠନ ଦେଲେ ଧୋକା ଦୃଷ୍ଟି ହୀନ ରୋଗୀର ଅବସ୍ଥା ସଂକଟାପନ୍ନ

Like Share & Comment

21/05/2019     www.jharsugudatimes.in 

ପ୍ରାପ୍ତସୂଚନା ଅନୁଯାୟୀ  ଝାରସୁଗୁଡା ସହର ର କେତୋଟି  ଚର୍ଚ୍ଚିତ  ସ୍ଵେଚ୍ଛାସେବୀ ସଂଗଠନ ଗତ ଏପ୍ରିଲ ମାସରେ  ଜଣେ ଅନ୍ଧ ବ୍ୟକ୍ତିଙ୍କ ଚିକିତ୍ସା କରିବା ଆଳରେ  ଭୁବନେଶ୍ବର ସ୍ଥିତ ଏକ ସୁନାମଧନ୍ୟ ଚକ୍ଷୁ ଚିକିତ୍ସାଳୟ କୁ ନେଇ ସେଠାରେ ମାତ୍ର କିଛି ରୁଟିନ ଚେକ ଅପ କରି ଫେରି ଆସିଥିଲେ । କିନ୍ତୁ ସେହି ସମୟର ଫୋଟୋ ସହିତ ଏକ ଦୈନିକ ଖବର କାଗଜ ରେ ସେହି ବ୍ୟକ୍ତିଙ୍କୁ ଉକ୍ତ ହସ୍ପିଟଲ ରେ ଭର୍ତ୍ତି କରାଯାଇ ଅପରେସନ କରାଗଲା ବୋଲି ମିଥ୍ୟା ସୂଚନା ଦେଇ ମିଥ୍ୟା ପ୍ରଚାର ଆଉ ସୁନାମ ଅର୍ଜନ ରେ ଅପଚେଷ୍ଟା ଏହି ତଥା  କଥିତ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ଵାରା କରା ଯାଇଛି । ଏହା ସହିତ ଅପରେସନ ର ସମସ୍ତ ଖର୍ଚ୍ଚ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନ ବହନ କରିଥିବା ଦାବୀ କରିଥିଲେ ।

ସହର ର ସୁନାରିମୁଣ୍ଡା ନିବାସୀ ଆଶୁତୋଷ ସିଂ ପେସା ରେ ଜଣେ ଅଟୋ ଡ୍ରାଇଭର କିନ୍ତୁ ଗତ ଏକ ବର୍ଷ ରୁ ଊର୍ଦ୍ଧ୍ଵ ସେ ନିଜର ଦୃଷ୍ଟି ଶକ୍ତି ହରାଇ ଅକର୍ମଣ୍ୟ ଜୀବନ ବ୍ୟତୀତ କରି ଆସୁଛନ୍ତି । ଏହି ସମୟରେ କେତୋଟି ତଥା  କଥିତ ସମାଜ ସେବୀ ତାଙ୍କ ନିକଟକୁ ଯାଇ ସାହାଜ୍ୟ ଯାଚିଥିଲେ । ବୁଡି ଯାଉଥିବା ଲୋକକୁ କୁଟା ଖିଅ ର ଆଶ୍ରା ସ୍ୱରୂପ ଆଶୁତୋଷ ତାଙ୍କ ସାହାଯ୍ୟ ସ୍ଵୀକାର କରିଥିଲେ । କିନ୍ତୁ ତା ପରେ ଆରମ୍ଭ ହେଇଥିଲା ସରଳ ଆଶୁତୋଷଙ୍କ ସହ ପ୍ରତାରଣା ଓ ତଥା  କଥିତ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କ ନିଜ ସୁନାମ ଅର୍ଜନ ର କୁଚକ୍ର ।

f6879b48-d5d0-4651-893f-0303226b999d
ed6c037b-2b43-4805-a59e-fbb48f5c37f7

ବର୍ତ୍ତମାନ ଆଶୁତୋଷଙ୍କ ଅବସ୍ଥା ଆହୁରି ଗୁରୁତର ।  ବ୍ଲଡ ସୁଗାର 600 ରେ ପହଞ୍ଚିଥିବା ବେଳେ ଦୃଷ୍ଟି ଶକ୍ତି ସେ ସମ୍ପୂର୍ଣ ହରାଇ ସାରିଥିବା ବେଳେ ଶରୀର କୁ ଅନ୍ୟ ରୋଗ ଆକ୍ରମଣ କଲେଣି । ବର୍ତ୍ତମାନ ସେ ସଂପୂର୍ଣ୍ଣ ବେସାହାରା ହୋଇ ପ୍ରକୃତ ସମାଜସେବୀ ଓ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ତାଙ୍କୁ ପ୍ରତାରଣା ଦେଇଥିବା ପ୍ରତ୍ୟେକ ବ୍ୟକ୍ତିକୁ  ସେ ଭଲ ଭାବେ ଚିହ୍ନି ଥିଲେ ମଧ୍ୟ ସେ  ସେମାନଙ୍କ ନାମ ପ୍ରକାଶ କରିବାକୁ ମନା କରିଥିଲେ । ଏହି ତଥା  କଥିତ ସମାଜ ସେବୀ ଓ ସଂଗଠନ ମାନେ ଆଗରୁ ମଧ୍ୟ କେତେ ବେସାହାରା ମାନଙ୍କୁ ନିଜ ଉଦ୍ଦେଶ୍ୟ ସାଧନ ପାଇଁ ଏହି ପରି ଚକ୍ରାନ୍ତ କରିଥିବା ଆରୋପ ହେଉଛି ।

ଆଶୁତୋଷ ବର୍ତ୍ତମାନ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ (ନୂତନ) ରେ ଚିକିତ୍ସିତ ହେଉଛନ୍ତି । ପ୍ରକୃତ ସମାଜସେବୀ ଓ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ତଥା ବଦାନ୍ୟ ବ୍ୟକ୍ତି ମାନଙ୍କୁ ବ୍ୟକ୍ତିଗତ ଭାବେ ଆଶୁତୋଷ ଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛୁ ।

 

Like Share & Comment

Post Author: admin

Leave a Reply

Your email address will not be published. Required fields are marked *