Team JINH (Jeena Isi Ki Naam Hai) celebrate  special children’s Quarterly birthday ଜିନା ଇସିକା ନାମ ହୈ  ଦ୍ଵାରା ତ୍ରୈମାସିକ ଦିବ୍ୟାଙ୍ଗ ଶିଶୁ ମାନଙ୍କର ଜନ୍ମଦିନ ସମାରୋହ

Like Share & Comment

ଜିନା ଇସିକା ନାମ ହୈ  ଦ୍ଵାରା ତ୍ରୈମାସିକ ଦିବ୍ୟାଙ୍ଗ ଶିଶୁ ମାନଙ୍କର ଜନ୍ମଦିନ ସମାରୋହ ବୃନ୍ଦାମାଲ ସ୍ପେଶାଲ ସ୍କୁଲ, ଝାରସୁଗୁଡ଼ା ଠାରେ ପାଳିତ

14-Apr-2019          www.jharsugudatimes.in  

ଏ ବିଶାଳ ସଂସାରର ସତମିଛ ଓ ପାପପୁଣ୍ୟର ମହାସମରରେ ଆଜି ବି ଲୋକଙ୍କ ଭିତରେ ବଞ୍ଚିରହିଛି ମଣିଷପଣିଆ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଟିମ୍ ଜିନା ଇସିକା ନାମ ହୈ” କିଛି ସରଳ ହୃଦୟ ସମ୍ପନ୍ନ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ଗଠିତ ଏହି ସ୍ଵେଚ୍ଛାସେବୀ ଦଳ ପ୍ରତି ତିନି ମାସରେ ବୃନ୍ଦାମାଲ ସ୍ପେଶାଲ ସ୍କୁଲ, ଝାରସୁଗୁଡ଼ାରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ସହିତ ମନାଇ ଥାଏ ଦିବ୍ୟାଙ୍ଗ ଶିଶୁ ମାନଙ୍କର ଜନ୍ମଦିନ ସମାରୋହ ତାହା ପୁଣି ବେଶ୍ ଧୁମ୍ ଧାମ୍ ରେ । ସାଧାରଣ ସମାଜ ଠାରୁ ଅନେକ ଦୂର, ବଣମଲ୍ଲୀ ପରି ଝଡ଼ି ପଡୁଥିବା ଦିବ୍ୟାଙ୍ଗ ଶିଶୁ ମାନଙ୍କ ସହିତ ସମୟ ବିତେଇବା, ତାଙ୍କ ସୁଖଦୁଃଖର ସାଥୀ ହେବା ଓ ତାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟିତ ହେବା ପରି ଅନେକ୍ ମହତ୍ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିବା ଏହି ମାନବବାଦୀ ଟିମ୍ ର ମୂଳ ଆଭିମୁଖ୍ଯ । ସେହି ଦିବ୍ୟାଙ୍ଗ ଶିଶୁମାନେ କଥା କହି ପାରନ୍ତି ନାହିଁ କି ଶୁଣି ମଧ୍ୟ ପାରନ୍ତି ନାହିଁ ତଥାପି ମଧ୍ୟ ଉକ୍ତ ଟିମ୍ ର ଭଲପାଇବାରେ ଅନୁପ୍ରାଣିତ ହୋଇ କ୍ଷଣିକରେ ମିଶି ଯାଉଥାନ୍ତି ସମସ୍ତଙ୍କ ସହିତ । ଲାଗେ ଯେମିତି କାଇଁ କେଉଁ ଜନ୍ମରୁ ଥିଲା ଏମାନଙ୍କ ସହିତ ଏକ ଅତୁଟ ସମ୍ପର୍କ । ଖାଦ୍ୟ ପାନୀୟର ସମସ୍ତ ବ୍ୟବସ୍ଥା ସହିତ ପ୍ରତି ତିନି ମାସରେ ଥରେ ନିର୍ଦ୍ଧାରିତ ସମୟରେ ପହଞ୍ଚିଯାଇଥାଏ ଏହି ଟିମ୍ ନିଜର ପୂର୍ଣ୍ଣତୟା କର୍ମଭୂମିରେ । ଦିବ୍ୟାଙ୍ଗ ଶିଶୁ ମାନଙ୍କର ଜନ୍ମଦିନ ଖୁବ୍ ଧୁମ୍ ଧାମ୍ ରେ ପାଳିତ ହୁଏ । ସେଇ ଗୋଟିଏ ଦିନ ପାଇଁ ବୃନ୍ଦାମାଲ୍ ମାଟି ପାଲଟିଯାଏ ସ୍ଵର୍ଗର ଇନ୍ଦ୍ରଭୁବନ । ପାରିଜାତ ପୁଷ୍ପ ପରି ଦିବ୍ୟାଙ୍ଗ ପିଲା ମାନଙ୍କର ମହକନରେ ମହକି ଉଠେ ସେଇ ଆବାସିକ ବିଦ୍ୟାଳୟ । ଏହିପରି ଏକ ନିଆରା ଅନୁଭୂତିକୁ କଲମରେ ଲେଖିବା ସମ୍ଭବ ନୁହେଁ । ସତରେ ଏହି ଦିବ୍ୟାଙ୍ଗ ଶିଶୁ ମାନଙ୍କ ସହିତ ସମୟ ବିତେଇଥିବା ଟିମ୍ “ଜିନା ଇସିକା ନାମ୍”ର ସଦସ୍ୟ ମାନେ କହନ୍ତି – “ଆମେ ଭାଗ୍ୟବାନ୍ ଯେ ଆମକୁ ଏହି ଦିବ୍ୟାଙ୍ଗ ଶିଶୁ ମାନଙ୍କ ସହିତ ମିଶିବାର ସୁଯୋଗ ମିଳିଛି ।”

57232106_310727759596515_6867906491626553344_n
57154527_1205774772934897_675053783872438272_n
57336236_1205774922934882_5016042715306000384_n

Team JINH (Jeena Isi Ki Naam Hai) celebrate  special children’s Quarterly birthday at Brundamal Special School, Jharsuguda

14-Apr-2019          www.jharsugudatimes.in  

Quarterly Birthday celebration of special children was held on 14th April Sunday at Brundamal Special School, Jharsuguda by Team Jeena Isi Ka Naam Hai. Arrangements of various food delicacies and music enlightened and enthralled the hearts of  the children inmates of the school. All the team members and other social workers were present on the occasion. The birth day celebration is a regular once in a three months affair organized by Team Jeena Isi Ka Naam Hai.

Like Share & Comment

Post Author: admin

Leave a Reply

Your email address will not be published. Required fields are marked *