www.jharsugudaties.in 18/11/2018 JHARSUGUDA
ଆଜି ଝାରସୁଗୁଡା ଥାନାରେ ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ ଙ୍କୁ ସମ୍ମାନାର୍ଥେ ଏକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ନାଗରିକ ରମେଶ ଗାନ୍ଧୀ, ବାଳଗୋବିନ୍ଦ ମିଶ୍ର, ପିଣ୍ଟୁ ପାଢୀ, ଜୀବନ ମହାନ୍ତି, ପ୍ରକାଶ ରାଣା, ରବୀନ୍ଦ୍ର ଦୀକ୍ଷିତ ତଥା ଅନେକ ସାମାଜିକ ଅନୁଷ୍ଠାନ ର ସଦସ୍ୟ ଉପସ୍ଥିତ ଥିଲେ । କୁଖ୍ୟାତ ଅନ୍ତରଜ୍ୟ ଡକାୟତ ଗ୍ୟାଙ୍ଗ କୁ ଗିରଫ କରିବାରେ ଝାରସୁଗୁଡା ପୋଲିସ ର ସଫଳତା ଓ ଭୂମିକା କୁ ପ୍ରଶଂସା କରାଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଆଗାମୀ ଦିନ ରେ ପୁଲିସ ର ଭୂମିକାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ଥାନା ଅଧିକାରୀ ସାବିତ୍ରୀ ବଳ ଏହି ଅବସରରେ ମତ ପ୍ରକାଶ କରିଥିଲେ ।
Today a felicitation ceremony was held at Jharsuguda Police Station to honour Jharsuguda Police Station IIC Sabitri Bal. The ceremony was held to praise the role of Jharsuguda police to apprehended dreaded interstate robbers. On this occassion several eminent members of the city including Ramesh Gandhi, Bal Gobind Mishra, Jiban Mohanty, Pintu Pdahi, Prakash Rana, Ravindra Dixit and women members of several SHGs were present. IIC Sabitri Bal expressed her gratitude and affirmed to further accelerate the role of Police in Jharsuguda for maintaining law and order.