www.jharsugudatimes.in 08/11/2018 JHARSUGUDA
ବିଧାୟକ ଶ୍ରୀ ନବ କିଶୋର ଦାସ ଆଜି ସାହୁପଡା (ଗୋଣ୍ଡପଡା) ଠାରେ ଏକ କ୍ଳବ ଘର ଉଦଘାଟନ କରିଥିଲେ । ଏହି କ୍ଳବ ଘର ପାଇଁ ବିଧାୟକ ପାଣ୍ଠିରୁ 4 ଲକ୍ଷ ଟଙ୍କା ମଞ୍ଜୁର କରା ଯାଇଥିଲା । ।ଏହି ଉଦଘାଟନ ଉତ୍ସବ ରେ ପ୍ରମୋଦ ତ୍ରିପାଠୀ ,ମଦନ ଧୁରୁଆ, ରାଜାରାମ ସେନାପତି, ସନାତନ ଅତି, ପବିତ୍ର ସାହୁ ,ଟେକଚାନ୍ଦ ସାହୁ, ସଞ୍ଜୟ ପାଣିଗ୍ରାହୀ, ବିରଞ୍ଚି ବାରିହା ,ଦାମୋଦର ନାଥ ସହିତ ଅଞ୍ଚଳର ଶତାଧିକ ଅଧିବାସୀ ଉପସ୍ଥିତ ଥିଲେ । ବିଧାୟକ ଦାସ ଏହି ଅବସରରେ ଅଞ୍ଚଳର ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଦର୍ଶାଇ ଥିଲେ ।